ଊଣେଇଶ ନିର୍ବାଚନ: ନୋଟ ନୁହେଁ; ‘ନୋଟା’

Leave a Comment


 
ୱାଲଟର ହିଲ୍ଙ୍କ ୧୯୮୫ର ଆମେରିକୀୟ ଚଳଚ୍ଚିତ୍ରବ୍ରିଉଷ୍ଟର୍ସ ମିଲିଅନ୍ସ ନାୟକ ବ୍ରିଉଷ୍ଟରକୁ ଏକ ପ୍ରତିଜ୍ଞା ପାଳନ କରିବାକୁ ଯାଇ ୩୦ ଦିନରେ ୩୦ ନିୟୁତ ଡଲାର୍ ଖର୍ଚ କରିବାକୁ ପଡ଼େ ନିଉୟର୍କ ନଗରୀର ମେୟର୍ ପଦ ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଥିବା ବ୍ରିଉଷ୍ଟର୍ ଏହି ଅର୍ଥକୁଉପରୋକ୍ତ କେହି ନୁହନ୍ତି’ (ନୋନ୍ ଅଫ୍ ଦି ଏବୋଭ୍ ବାନୋଟା’)ରେ ଭୋଟ ଦେବାକୁ ଭୋଟରଙ୍କୁ ପ୍ରବର୍ତ୍ତାଇବା ପାଇଁ ଖର୍ଚ କରେ ଏହା ଜାଣିବାପରେ ତା ଦୁଇ ସହପ୍ରତିଦ୍ବନ୍ଦ୍ବୀ ତାବିରୋଧରେ ମୋକଦ୍ଦମା କରନ୍ତି ସେ ତାନୋଟାସପକ୍ଷ ଅଭିଯାନକୁ ବନ୍ଦ କରିବାକୁ ବାଧ୍ୟ ହୁଏ ଭୋଟଗଣନା ଦିନ ସେ ଅନ୍ୟ ପ୍ରତିଦ୍ବନ୍ଦ୍ବୀଙ୍କଠାରୁ ଆଗରେ ଥିବା ଜାଣିବା ପରେ ଘୋଷଣା କରେ ଯେ ଯଦି ସେ ଜିତେ, ତେବେ ପଦ ଗ୍ରହଣ କରିବ ନାହିଁ ଫଳାଫଳ ଆସିବାପରେ ଜଣାପଡ଼େ, ତା ଅଭିଯାନ ବେଶ୍ ଲୋକପ୍ରିୟ ହୋଇସାରିଥିଲା ପରିଣାମସ୍ବରୂପ କୌଣସି ପ୍ରାର୍ଥୀ ବିଜୟ-ସଂଖ୍ୟା ହାସଲ କରିନଥିଲେ, ତେଣୁ ଆଉଥରେ ଅନ୍ୟ ପ୍ରାର୍ଥୀଙ୍କୁ ନେଇ ନିର୍ବାଚନ ହେବା ନିଶ୍ଚିତ ହେଲା
ଗଣତାନ୍ତ୍ରିକ ନିର୍ବାଚନ ବ୍ୟବସ୍ଥାର ଦୁର୍ବଳତାକୁ ବ୍ୟଙ୍ଗ କରୁଥିବା ଏହି କାହାଣୀରେ ଭୋଟରଙ୍କ ସଚେତନତା ନେଇ ଯେଉଁ ବାର୍ତ୍ତାଟି ଦିଆଯାଇଛି, ତାହା କମ୍ ଗୁରୁତ୍ବପୂର୍ଣ୍ଣ ନୁହେଁ ଭାରତରେ ୨୦୧୩ରେପିପୁଲ୍ସ ୟୁନିଅନ୍ ଫର୍ ସିଭିଲ୍ ଲିବର୍ଟିଜ’ (ପିୟୁସିଏଲ୍) ନାମକ ସଂଗଠନର ଅର୍ଜିର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ନିର୍ବାଚନରେନୋଟା ଗୁରୁତ୍ବକୁ ଦର୍ଶାଇବା ସହ ଏଥିପାଇଁ ବାଲଟ୍ ପେପର୍/ଇଭିଏମ୍ (ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ)ରେ ବ୍ୟବସ୍ଥା ରଖିବାକୁ ନିର୍ଦେଶ ଦେଇଥିଲେ ଏହା ପୂର୍ବରୁ ଯେଉଁ ଭୋଟରମାନେ କୌଣସି ଜଣେ ବି ପ୍ରାର୍ଥୀଙ୍କୁ ପସନ୍ଦ କରୁନଥିଲେ, ସେମାନେ ଭୋଟ ଦେବାକୁ ଯାଉନଥିଲେ କିମ୍ବା ଭୋଟଗ୍ରହଣ କେନ୍ଦ୍ରର ଅଧିକାରୀଙ୍କୁ ତାଙ୍କ ଇଚ୍ଛା ବିଷୟରେ ଜଣାଉଥିଲେ କେହିକେହି ସବୁ ପ୍ରାର୍ଥୀଙ୍କ ଚିହ୍ନରେ ମୋହର ମାରିଦେଉଥିଲେ କିମ୍ବା କାହାକୁ ଭୋଟ ନଦେଇ ସେମିତି ଛାଡ଼ିଦେଉଥିଲେ ଅତି ବିମୁଖ ଭୋଟରମାନେସମସ୍ତେ ଚୋରବା ଏପରି କିଛି ଲେଖି ପଳାଇ ଆସୁଥିଲେ ତେବେନୋଟାକୁ ଭୋଟଦାନର ଏକ ଅଂଗ ଭାବେ ସ୍ବୀକାର କରାଯିବା ପରେ ଏହି ସମସ୍ୟା ଦୂର ହେଲା ସତ, କିନ୍ତୁ ଏହାର ପ୍ରକୃତ ଉଦ୍ଦେଶ୍ୟ ଏବେ ବି ସୁଦୂର ପରାହତ  ତତ୍କାଳୀନ ପ୍ରଧାନ ବିଚାରପତି ପି ସଦାଶିବମଙ୍କ ନେତୃତ୍ବାଧୀନ ପୀଠନୋଟାସପକ୍ଷରେ ଯେଉଁ ରାୟ ରଖିଥିଲେ (୨୭ ସେପ୍ଟେମ୍ବର ୨୦୧୩), ତାହା ଥିଲା ଯୁଗାନ୍ତକାରୀ ଅଦାଲତଙ୍କ ମତରେ, ‘‘ଗଣତନ୍ତ୍ରର ମୂଳ ହେଉଛି ପସନ୍ଦ/ମନୋନୟନ...ପ୍ରକୃତରେ ନକାରାତ୍ମକ ମତଦାନ କରିବାର ଅଧିକାର ପାଇବା ଦ୍ବାରା ଭୋଟରମାନେ ଅଧିକ କ୍ଷମତାଶାଳୀ ହେବେନୋଟାଏକ ବ୍ୟବସ୍ଥାଗତ ପରିବର୍ତ୍ତନ ଆଣିବ ଏବଂ ରାଜନୀତିକ ଦଳଙ୍କୁ ନିର୍ମଳ ଭାବମୂର୍ତ୍ତିସଂପନ୍ନ ପ୍ରାର୍ଥୀଙ୍କୁ ଟିକଟ୍ ଦେବାପାଇଁ ବାଧ୍ୟ କରିବ’’
ଶୋଚନାଯୋଗ୍ୟ, ‘ନୋଟାବ୍ୟବସ୍ଥା ହେବାର ଦୀର୍ଘ ପାଞ୍ଚବର୍ଷ ପରେ ବି ନ୍ୟାୟାଳୟଙ୍କ ଆଶାନୁରୂପ ସେପରି କିଛି ବଦଳିନାହିଁ ପୂର୍ବପରି ରାଜନୀତିକ ଦଳଗୁଡ଼ିକ ଦାଗୀ/ଅପରାଧୀ/ଭ୍ରଷ୍ଟାଚାରୀଙ୍କୁ ପ୍ରାର୍ଥୀ କରିଚାଲିଛନ୍ତି ଏଭଳି ପ୍ରାର୍ଥୀମାନେ ନିଜଠାରୁ ଅପେକ୍ଷାକୃତ ଭଲ ଭାବମୂର୍ତ୍ତିର ପ୍ରାର୍ଥୀମାନଙ୍କୁ ଶାସନ କ୍ଷେତ୍ରକୁ ଆସିବାରୁ ବଞ୍ଚିତ କରିପାରୁଛନ୍ତି ନିଜନିଜ ଅପକର୍ମ ଜାରି ରଖୁଛନ୍ତି କୌଣସି ରାଜନୀତିକ ଦଳ/ରାଜନେତା ଆନ୍ତରିକତାର ସହ ଚାହାନ୍ତି ନାହିଁ ଯେନୋଟାରହୁ ନିକଟରେ ଖବର ପ୍ରକାଶ ପାଇଛି ଯେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍ଏସ୍ଏସ୍‌)ଦ୍ବାରା ସ୍ବୀକୃତିପ୍ରାପ୍ତ ଏକ ସଂଗଠନରାଷ୍ଟ୍ରୀୟ ମତଦାତା ମଞ୍ଚଊଣେଇଶ ଲୋକସଭା ନିର୍ବାଚନ ପୂର୍ବରୁନୋଟାବିରୋଧୀ ଅଭିଯାନ କରିବାକୁ ଯୋଜନା କରିଛି ଗତବର୍ଷ ତାଙ୍କର ଦଶହରା ବତ୍କୃତାରେ ଆର୍ଏସ୍ଏସ୍ ମୁଖିଆ ମୋହନ ଭାଗବତ କହିବାକୁ ଭୁଲିନଥିଲେ ଯେ ଲୋକେନୋଟାରେ ଭୋଟ ଦେବା ଅନୁଚିତ, କାହିଁକିନା ସେପରି କରିବାର ଅର୍ଥଉପଲବ୍ଧ ଭଲ ବିରୋଧରେ ଉପଲବ୍ଧ ଖରାପକୁ ବାଛିବା ତାଙ୍କ ମନରେ ରହିଥିବା ଆଶଙ୍କାକୁ ବୁଝିବା କଷ୍ଟକର ନୁହେଁ ଗତ ଛଅବର୍ଷର ଅଭିଜ୍ଞତା କହୁଚି ଯେ ନୋଟା ଏକ ବଡ଼ ପରିବର୍ତ୍ତନର ବାହକ ହୋଇନଥିଲେ ହେଁ ଭାରତୀୟ ଭୋଟରଙ୍କ ଭିତରେ ନେଇ ସଚେତନତା ବଢ଼ିଛି ସେମାନେନୋଟାରେ ଅଧିକ ସଂଖ୍ୟାରେ ଭୋଟ ଦେଇଚାଲିଛନ୍ତି କେତେକ ସ୍ଥାନରେ ଏପରି ହୋଇଛି ଯେ ବିଜୟୀ ନିକଟତମ ପ୍ରାର୍ଥୀଙ୍କ ଭୋଟ ବ୍ୟବଧାନଠାରୁନୋଟାଭୋଟ ଅଧିକ ହୋଇଛି; ଅର୍ଥାତନୋଟାଏକ ନିର୍ଣ୍ଣୟକାରୀ ପ୍ରକ୍ରିୟା ପାଲଟିବା ଆରମ୍ଭ କରିଛି ସେଇ କାରଣରୁ ବୋଧହୁଏ ନଖଦନ୍ତବିହୀନନୋଟାକୁ ବି ଭୋଟର କିଛିଟା ଶକ୍ତିଶାଳୀ କରିଦେଇଥିବା ଅନୁଭବ କରି ରାଜନେତା ସେମାନଙ୍କ ପୃଷ୍ଠପୋଷକମାନେ ଏହାକୁ ବିରୋଧ କରିବା ଆରମ୍ଭ କରିଦେଇଚନ୍ତି; କିନ୍ତୁ ଭୋଟରଙ୍କ ପାଖରେ ଏବେନୋଟାବ୍ୟତୀତ ଅନ୍ୟ ବିକଳ୍ପର ଅଭାବ ପ୍ରକୃତରେ ଶ୍ରୀ ଭାଗବତଙ୍କ କଥାଟି ଏକ ଅର୍ଦ୍ଧସତ୍ୟ ଅଳ୍ପ ଦିନ ତଳେ ବିହାର ବିଧାନସଭାର ବାଚସ୍ପତି ବିଜୟ କୁମାର ଚୌଧୁରୀ ନିର୍ବାଚନ ଆୟୋଗକୁ ଚିଠିଲେଖିନୋଟାକୁ ଉଚ୍ଛେଦ କରିବା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ତାଙ୍କର ତର୍କ ହେଲା ନିର୍ବାଚନର ଲକ୍ଷ୍ୟ ଜଣକୁ ନିର୍ବାଚିତ କରିବା, ପ୍ରତ୍ୟାଖ୍ୟାନ ନୁହେଁ ବାଚସ୍ପତି ମହୋଦୟଙ୍କୁ କିଏ ବୁଝାଇବ ଯେ ବାସ୍ତବ ଲୋକତନ୍ତ୍ର ନିମନ୍ତେନାହିଁ ମାମୁଠାରୁ କଣାମାମୁ ଭଲନ୍ୟାୟ ଅତି ମାରାତ୍ମକ
ନୋଟାବିରୋଧୀ ଆମ ନେତୃବର୍ଗଙ୍କୁ କାହିଁକିନୋଟାଭୟ ଘାରୁଛି, ତା କାରଣ ବୁଝିବା ଆଦୌ କଷ୍ଟକର ନୁହେଁ ୨୦୧୭ରଆସୋସିଏସନ ଫର୍ ଡେମୋକ୍ରେଟିକ୍ ରିଫର୍ମସ’ (ଏଡିଆର୍) ରିପୋର୍ଟ ଅନୁସାରେ, ୨୦୧୪ ସାଧାରଣ ନିର୍ବାଚନ ଏବଂ ୨୦୧୩ରୁ ୨୦୧୭ ମଧ୍ୟରେ ହୋଇଥିବା ରାଜ୍ୟ ବିଧାନସଭା ନିର୍ବାଚନଗୁଡ଼ିକରେ କୋଟି ୩୦ ଲକ୍ଷରୁ ଅଧିକ ଲୋକ ନୋଟାରେ ଭୋଟ ଦେଇଥିଲେନୋଟାବ୍ୟବସ୍ଥା ଆରମ୍ଭ ହେବାପରେ ପ୍ରଥମ ଥରପାଇଁ ୨୦୧୪ ସାଧାରଣ ନିର୍ବାଚନରେ ଏହାର ପ୍ରୟୋଗ ହୋଇଥିବାବେଳେ ସେଥିରେ ୬୦ ଲକ୍ଷରୁ ଅଧିକ ଭୋଟର ଭୋଟ (. %; ଓଡ଼ିଶାରେ .%, ,୩୨,୭୮୦ ଭୋଟ) ଦେବା ଏକ ଗୁରୁତ୍ବପୂର୍ଣ୍ଣ ଘଟନା ସେହିପରି ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ତେଲଙ୍ଗାନା ମିଜୋରାମ ରାଜ୍ୟ ନିର୍ବାଚନଗୁଡ଼ିକରେ ୧୦ ଲକ୍ଷରୁ ଊର୍ଦ୍ଧ୍ବ ଭୋଟରନୋଟାକୁ ବାଛିଥିଲେ ୨୦୧୭ ଗୁଜରାଟ ବିଧାନସଭା ନିର୍ବାଚନରେ ୧୧୮ଟି ନିର୍ବାଚନମଣ୍ଡଳୀରେ ନୋଟା ବିଜେପି କଂଗ୍ରେସ ପରେ ତୃତୀୟ ସର୍ବାଧିକ ଭୋଟଭାଗ ହାସଲ କରିଥିଲା ସେହିପରି ୨୦୧୮ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ସିପିଆଇ(ଏମ୍) ବିଏସ୍ପି ଭଳି ଜାତୀୟ ଦଳଠାରୁ ନୋଟାରେ ଅଧିକ ଭୋଟ ପଡ଼ିଥିଲା ୨୦୧୮ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ନୋଟା ନିଜର ଅଧିକ ଶକ୍ତି ପ୍ରଦର୍ଶନ କରିବା ଦେଖାଯାଇଥିଲା ବିଜେପି କଂଗ୍ରେସ ମଧ୍ୟରେ ବିଜୟୀ ଭୋଟଭାଗ ବ୍ୟବଧାନ ମାତ୍ର . ଶତାଂଶ ଥିବାବେଳେ ନୋଟାର ଭୋଟଭାଗ ଥିଲା .% ୨୨ଟି ନିର୍ବାଚନମଣ୍ଡଳୀ ମଧ୍ୟରୁ ୧୨ଟିରେ ନୋଟା ବିଜୟ ବ୍ୟବଧାନରୁ ନୋଟା ଅଧିକ ଭୋଟ ହାସଲ କରିଥିବାବେଳେ ସେଗୁଡ଼ିକରେ ବିଜେପି ପ୍ରାର୍ଥୀମାନେ ପରାଜିତ ହୋଇଥିଲେ ଆଉ ଏକ ଆଖିଦୃଶିଆ ଉଦାହରଣ ଉଲ୍ଲେଖଯୋଗ୍ୟ ୨୦୧୪ ଲୋକସଭା ନିର୍ବାଚନରେ ୨ଜି ଦୁର୍ନୀତି ଅଭିଯୁକ୍ତ ସାଂସଦ ରାଜା (ଡିଏମ୍କେ ପ୍ରାର୍ଥୀ) ଏଆଇଡିଏମକେ ପ୍ରାର୍ଥୀଙ୍କଠାରୁ ପରାସ୍ତ ହୋଇଥିଲେ ନୋଟା ତୃତୀୟ ସର୍ବାଧିକ ଭୋଟଭାଗ ହାସଲ କରିଥିଲା ଏହାର ଅର୍ଥ ହେଲା, ଯଦି ନୋଟାଭୋଟଗୁଡ଼ିକ ରାଜାଙ୍କୁ ମିଳିଥାନ୍ତା, ସେ ବିଜୟୀ ହୋଇଥାନ୍ତେ ସମ୍ଭବତଃ ଦୁର୍ନୀତିଗ୍ରସ୍ତ ପ୍ରାର୍ଥୀଙ୍କ ପ୍ରତି ଲୋକସାଧାରଣଙ୍କ କ୍ରୋଧନୋଟାଭୋଟରେ ପ୍ରତିଫଳିତ ହୋଇଥିଲା
ଆମ ନେତୃବର୍ଗଙ୍କ ଦୃଷ୍ଟିରେନୋଟାଭୋଟ ନଷ୍ଟଭୋଟ, ଯାହାକି ସମୀଚୀନ ମନେହୁଏନା ନୋଟା ଭାରତୀୟ ଗଣତନ୍ତ୍ରକୁ ପରିପକ୍ବ କରୁଛି ଏହାକୁ ଶକ୍ତିଶାଳୀ କରାଗଲେ ଆହୁରି ପରିପକ୍ବ କରିବ, ତାହା ନିଃସନ୍ଦେହ ପ୍ରଥମ କଥା ହେଲା ଏହାକୁ ନକାରାତ୍ମକ ଦୃଷ୍ଟିରେ ନଦେଖି ପ୍ରକୃତରେ ଉତ୍ତମ ପ୍ରାର୍ଥୀଙ୍କ ପାଇଁ ଭୋଟରଙ୍କ ଇଚ୍ଛା/ଆଗ୍ରହର ପରିଣାମ ଭାବେ ଦେଖିବାକୁ ପଡ଼ିବ ଦ୍ବିତୀୟତଃ, ଆଗରୁ କୌଣସି ପ୍ରାର୍ଥୀଙ୍କୁ ପସନ୍ଦ କରୁନଥିବା ଲୋକେ ସାଧାରଣତଃ ଭୋଟ ଦେବାକୁ ଯାଉନଥିଲେ; ସେମାନେ ଏବେ ଭୋଟ ଦେବାକୁ ଯିବାର ସମ୍ଭାବନା ଅଧିକ, କାରଣ ସେମାନେନୋଟାରେ ଭୋଟ ଦେଇ ନିଜର ଅଧିକାରକୁ ସାବ୍ୟସ୍ତ କରିପାରୁଛନ୍ତି ଏହାଦ୍ବାରା ସେମାନଙ୍କ ନାମରେ ଅନ୍ୟକେହି ଭୋଟ ଦେଇପାରୁନାହାନ୍ତି ତୃତୀୟତଃ, ଭୋଟରଙ୍କୁ ଅସମ୍ମତି/ଭିନ୍ନମତର ଏକ ଅଧିକାର ମିଳିଲା, ଯାହା ଯେକୌଣସି ପ୍ରକାରର ନିର୍ବାଚନ/ମନୋନୟନର ଏକ ମୌଳିକ ଉପାଦାନ ହେବା ବିଧେୟ ଦୁର୍ନୀତିଗ୍ରସ୍ତ ବା ଆପରାଧିକ ପ୍ରବୃତ୍ତିସଂପନ୍ନ ପ୍ରାର୍ଥୀଙ୍କୁ ଶାସନ କ୍ଷେତ୍ରକୁ ଆସିବାରୁ ନିବୃତ୍ତ କରିବାପାଇଁ ଏହା ଭୋଟରଙ୍କ ପାଇଁ ଏକ ବଡ଼ ଆୟୁଧ ପାଲଟିପାରିବ, ଯଦି ଏହାକୁ ନଖଦନ୍ତଯୁକ୍ତ କରାଯାଏ ଏପରି ଆଶା କରିବାର କାରଣ ହେଲା ଏବେମଧ୍ୟ ଯେଉଁଠି ଭୋଟରମାନେ ସଂଗଠିତ ଭାବେନୋଟା ପ୍ରୟୋଗ କରୁଛନ୍ତି, ସେଇଠି ରାଜନୀତିକ ଦଳ ନେତୃବର୍ଗଙ୍କ ମନରେ କିଛିଟା ଛନକା ପଶୁଛି ଲୋକେ ମୌଳିକ ଅଧିକାର, ରାସ୍ତା, ପାନୀୟଜଳ, ବିଦ୍ୟୁତ ସଂଯୋଗ ଆଦି ଦାବି ହାସଲ ପାଇଁ ଏକତ୍ର ହୋଇନୋଟାରେ ଭୋଟଦେଇ ନିଜର ଅସନ୍ତୋଷ ବ୍ୟକ୍ତ କରୁଛନ୍ତି ଅଧିକ ସଂଖ୍ୟାରେ ଯେଉଁଠି ଲୋକେନୋଟାରେ ଭୋଟ ଦେଉଛନ୍ତି, ପରୋକ୍ଷରେ ହେଉପଛେ ତା ପ୍ରଭାବ ଫଳାଫଳ ଉପରେ ବି ପଡ଼ୁଛିନୋଟାକୁ ଯେତେବେଳେ ଅଧିକ ଶକ୍ତି ପ୍ରଦାନ କରାଯିବ, ସେତେବେଳେ ରାଜନୀତିକ ଦଳଗୁଡ଼ିକ ମଧ୍ୟ ନିଶ୍ଚୟ ଉତ୍ତମ ପ୍ରାର୍ଥୀଙ୍କୁ ଟିକଟ ଦେବାକୁ ବାଧ୍ୟ ହେବେ ଏକ ନିର୍ମଳ ଶାସନ ସୁସ୍ଥ ଗଣତନ୍ତ୍ର ପାଇଁ ସେଦିନ ହୁଏତ ନୂଆ ଝରକାଟିଏ ଖୋଲିଯିବ ତେବେ ତାକୁ ସମ୍ଭବ କରିବାକୁ ହେଲେନୋଟାକୁ ନିମ୍ନମତେ ବିକଶିତ କରାଯିବା ଦରକାର:
ପ୍ରଥମ, ଯଦିନୋଟାସର୍ବାଧିକ ସଂଖ୍ୟକ ଭୋଟ ହାସଲ କରେ, ତେବେ ସେହି ନିର୍ବାଚନମଣ୍ଡଳୀରେ ପୁନଃନିର୍ବାଚନ କରାଯିବା ଉଚିତ;
ଦ୍ବିତୀୟ, ଭବିଷ୍ୟତରେ ଅଧିକ ପୁନଃନିର୍ବାଚନ କରାଯିବାର ଆଶଙ୍କାକୁ ଏଡ଼ାଇ ଦେବାପାଇଁ ପୁନଃନିର୍ବାଚନ ସମୟରେନୋଟାବଟନକୁ ଆକାମୀ କରିଦିଆଯିବ;
ତୃତୀୟ, ଯଦିନୋଟାଭୋଟ ଏକ ନିର୍ଦିଷ୍ଟ ପରିମାଣରୁ ଅଧିକ ହୁଏ, ତେବେ ସେ କ୍ଷେତ୍ରରେ ପୁନଃନିର୍ବାଚନ କରାଯିବ;
ଚତୁର୍ଥ, ଯଦିନୋଟାଭୋଟ ପାଇଁ କୌଣସି ପ୍ରାର୍ଥୀ ପରାଜିତ ହୋଇଥିବା ନିଶ୍ଚିତ ହୁଏ, ତେବେ ତାକୁ ଏକ ନିର୍ଦିଷ୍ଟ ଅବଧି (ଉଦାହରଣ: ପାଞ୍ଚ କିମ୍ବା ଛଅ ବର୍ଷ) ପାଇଁ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ପାଇଁ ଅନୁମତି ଦିଆଯିବ ନାହିଁ;
ପଞ୍ଚମ, ‘ନୋଟାଭୋଟରୁ କମ୍ ଭୋଟ ପାଇଥିବା ପ୍ରାର୍ଥୀମାନଙ୍କୁ ଭବିଷ୍ୟତରେ କୌଣସି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବାପାଇଁ ଅଯୋଗ୍ୟ ଘୋଷଣା କରାଯିବ;
ଷଷ୍ଠ, ଯଦି ବିଜୟୀ ଭୋଟ ବ୍ୟବଧାନ ଅପେକ୍ଷା ନୋଟା ଭୋଟ ଅଧିକ ହୁଏ, ସେ କ୍ଷେତ୍ରରେ ମଧ୍ୟ ପୁନଃନିର୍ବାଚନ କରାଯିବ;
ସପ୍ତମ, ଯେଉଁ ରାଜନୀତିକ ଦଳଗୁଡ଼ିକର ପ୍ରାର୍ଥୀନୋଟାଭୋଟରୁ କମ୍ ଭୋଟ ପାଇବେ, ସେସବୁ ରାଜନୀତିକ ଦଳ ପୁନଃନିର୍ବାଚନର ଖର୍ଚ ବହନ କରିବେ
ଏସବୁ ପରିବର୍ତ୍ତନ ପାଇଁକଣ୍ଡକ୍ଟ ଅଫ୍ ଇଲେକ୍ସନ୍ସ ରୁଲ୍ସ ରୁଲ୍-୬୪ରେ ସଂଶୋଧନ ଦରକାର କେବଳ ଆଇନ ମନ୍ତ୍ରଣାଳୟ ଦ୍ବାରା ଏହା କରାଯାଇପାରିବ ଏବଂ ଏଥିପାଇଁ ସଂସଦର ମଞ୍ଜୁରୀ ଜରୁରୀ ନୁହେଁ ଉଲ୍ଲେଖନୀୟ ଯେ ୨୦୧୬ ୨୦୧୭ ମସିହାରେନୋଟାକୁଶକ୍ତିଶାଳୀକରିବାପାଇଁ ଅଦାଲତରେ ଜନସ୍ବାର୍ଥ ଯାଚିକା ଦାୟର ହୋଇଥିଲା ଏଥିରେ ଦର୍ଶାଯାଇଥିଲା ନୋଟାଭୋଟ ଯଦି ସଂଖ୍ୟାଗରିଷ୍ଠ ହୁଏ, ତେବେ ପୁନଃନିର୍ବାଚନ କରାଯାଉ ଏବଂ ପ୍ରତ୍ୟାଖ୍ୟାତ ପ୍ରାର୍ଥୀମାନଙ୍କୁ ନିର୍ବାଚନ ଲଢ଼ିବାକୁ ଅନୁମତି ଦିଆନଯାଉ ତେବେ ସର୍ବୋଚ୍ଚ ନ୍ୟାୟାଳୟ ଏହାର ଶୁଣାଣି କରି ବର୍ତ୍ତମାନ ପାଇଁଅବ୍ୟାବହାରିକଆଖ୍ୟା ଦେବା ସହଆମ ଦେଶରେ ନିର୍ବାଚନ ଏକ ଅତି ଗୁରୁତ୍ବପୂର୍ଣ୍ଣ ବ୍ୟୟବହୁଳ ବ୍ୟାପାରବୋଲି କହିଥିଲେ ତେବେନୋଟାମାମଲାରେ ନ୍ୟାୟାଳୟରେ ପିୟୁସିଏଲର ପକ୍ଷ ରଖିଥିବା ସର୍ବୋଚ୍ଚ ନ୍ୟାୟାଳୟର ଆଇନଜୀବୀ ସଞ୍ଜୟ ପାରିଖ ଏକ ମହତ୍ତ୍ବପୂର୍ଣ୍ଣ ଯୁକ୍ତି କରିଥିଲେ, ଯାହା ବିଚାରଯୋଗ୍ୟ ତାଙ୍କ ମତରେ, ‘‘କେତେକଙ୍କ ଯୁକ୍ତି ଯେନୋଟାନିର୍ବାଚନ ଖର୍ଚକୁ ବଢ଼ାଇ ଦେଇପାରେ; କିନ୍ତୁ ଭ୍ରଷ୍ଟାଚାର ଅନ୍ୟାନ୍ୟ ଅପରାଧରେ ଜଡ଼ିତ ଜଣେ କଳଙ୍କିତ ପ୍ରାର୍ଥୀ ଦେଶପାଇଁ ଅଧିକ କ୍ଷତିକାରକ ଏଭଳି ଲୋକଙ୍କ ପାଇଁ ମୂଲ୍ୟବୋଧ ନୁହେଁ, ବରଂ କେବଳ ଅର୍ଥ କ୍ଷମତା ଠୁଳ କରିବା ହିଁ ଧ୍ୟେୟ ହୋଇଥାଏ’’ ଶ୍ରୀ ପାରିଖଙ୍କ ମତକୁ ଟିକିଏ ବିସ୍ତୃତ ଭାବେ କହିଲେ, ଏପରି ଭ୍ରଷ୍ଟାଚାରୀ/କଳଙ୍କିତ ନେତୃବର୍ଗଙ୍କ ପାଇଁ ଦେଶ ଅର୍ଥାତ ଲୋକସାଧାରଣଙ୍କ ସମ୍ବଳର ଘୋର ଅପଚୟ ହୋଇଥାଏ; ତେଣୁ ଯଦି ନୋଟା ପ୍ରଭାବରେ ପୁନଃନିର୍ବାଚନ ଅନୁଷ୍ଠିତ ହୁଏ, ତାହା ନିଶ୍ଚୟ ଶ୍ରେୟସ୍କର ଦେଶ ପାଇଁ ମଙ୍ଗଳକରନୋଟାପ୍ରୟୋଗରେ ଯଦି ଉପଯୁକ୍ତ ନିଷ୍କଳଙ୍କ ଜନପ୍ରତିନିଧି ମନୋନୟନ ହୋଇପାରୁଛି, ତାକୁ ଆପଣାଇବା ହିଁ ବୁଦ୍ଧିମତ୍ତା ହେବ
ପରିପ୍ରେକ୍ଷୀରେନୋଟାକୁ ନେଇ ଆଞ୍ଚଳିକ ନିର୍ବାଚନଗୁଡ଼ିକରେ କେତେକ ପରୀକ୍ଷାନିରୀକ୍ଷା କରାଯାଇଛି, ଯାହା ଦିଗରେ ନୂଆ ଆଶା ସଞ୍ଚାର କରିଛି ୨୦୧୮ ନଭେମ୍ବରରେ ମହାରାଷ୍ଟ୍ର ରାଜ୍ୟ ନିର୍ବାଚନ ଆୟୋଗ ଏକ ନିର୍ଦେଶ ଜାରି କରିଥିଲେ ଯେ ଯଦିନୋଟାଗ୍ରାମପଞ୍ଚାୟତ ନଗରପାଳିକା ନିର୍ବାଚନରେ ସର୍ବାଧିକ ଭୋଟ ହାସଲ କରେ, ତେବେ ପୁନଃନିର୍ବାଚନ ଅନୁଷ୍ଠିତ ହେବ ଆୟୋଗ ଏପରି ନିର୍ଦେଶ ଦେବାର କାରଣ ବେଶ୍ ଯଥାର୍ଥ ୨୦୧୬ ୨୦୧୭ରେ ମହାରାଷ୍ଟ୍ରରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ବହୁ ପଞ୍ଚାୟତରେ ବିଜୟୀ ପ୍ରାର୍ଥୀଙ୍କ ଭୋଟରୁନୋଟାଭୋଟର ପରିମାଣ ଅଧିକ ଥିବା ଦେଖାଯାଇଥିଲା ପୁଣେ ଜିଲାର ଏକ ଗ୍ରାମପଞ୍ଚାୟତରେ ନୋଟାର ଭୋଟଭାଗ ୮୫ ଶତାଂଶରୁ ବି ଅଧିକ ଥିଲା ଏହା ସତ୍ତ୍ବେ ସର୍ବାଧିକ ଭୋଟ ପାଇଥିବା ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରାଯାଇଥିଲା, ଯାହାର ବାସ୍ତବରେ କିଛି ଅର୍ଥ ନାହିଁ ଲୋକତନ୍ତ୍ରକୁ ମୂଲ୍ୟବୋଧଯୁକ୍ତ ଜନପ୍ରତିନିଧି ବ୍ୟବସ୍ଥାକୁ ନିଷ୍କଳଙ୍କ କରିବାକୁ ହେଲେନୋଟାକୁ ଅର୍ଥପୂର୍ଣ୍ଣ କରିବାକୁ ହେବ ଅନ୍ତତଃ ଉପରୋକ୍ତ ପ୍ରାର୍ଥୀଙ୍କ ଭଳି ପ୍ରତ୍ୟାଖ୍ୟାତ ଲୋକଙ୍କୁ ପୁନଃପ୍ରାର୍ଥୀ ହେବାକୁ ବାରଣ କରାଯିବାର ବ୍ୟବସ୍ଥା ଜରୁରୀ ଅବଶ୍ୟ ସେହିବର୍ଷ ହିଁ ହରିୟାଣା ରାଜ୍ୟ ନିର୍ବାଚନ ଆୟୋଗ ମହାରାଷ୍ଟ୍ର ପରି ସମାନ ନିର୍ଦେଶ ଦେବାସହ ଆଉପାଦେ ଆଗକୁ ଯାଇ ଭୋଟରଙ୍କ ଦ୍ବାରା ପ୍ରତ୍ୟାଖ୍ୟାତ ଏପରି ପ୍ରାର୍ଥୀଙ୍କୁ ପୁନଃନିର୍ବାଚନ ଲଢ଼ିବାରୁ ନିବୃତ୍ତ କରିବାକୁ ଘୋଷଣା କରିଥିଲେ କେବଳ ସେତିକି ନୁହେଁ, ହରିୟାଣା ଆୟୋଗନୋଟାକୁ ଜଣେ କାଳ୍ପନିକ ପ୍ରାର୍ଥୀଭାବେ ଚିହ୍ନିତ କରିଥିଲେ
ବିଡ଼ମ୍ବନା ଯେ ନୋଟ ବଦଳରେ ଭୋଟ ଭଳି ଏକ ଅସୁସ୍ଥ ଆପରାଧିକ ପ୍ରବୃତ୍ତି ଆମ ଦେଶର ଭୋଟରଙ୍କ ନିକଟରେ ରହିଛି, ଯାହାର ଫାଇଦା ନେଇ ଦୁର୍ନୀତିଗ୍ରସ୍ତ/ଅପରାଧୀମାନେ ଜନପ୍ରତିନିଧିଭାବେ ନିର୍ବାଚିତ ହୋଇପାରୁଛନ୍ତି ଏହାଦ୍ବାରା ଆମର ଲୋକତନ୍ତ୍ର ଦୁର୍ବଳ ହେବାରେ ଲାଗିଛି ତେଣୁ ମଦମାଂସ ବା ନୋଟ ନେଇ ଭୋଟ ଦେବା ବଦଳରେ ଯଦି ନିଜ ପସନ୍ଦର ଉପଯୁକ୍ତ ପ୍ରାର୍ଥୀ କେହି ନାହାନ୍ତି, ତେବେନୋଟାରେ ଭୋଟ ଦିଅନ୍ତୁନୋଟାକୁ ଅଧିକ ଶକ୍ତିଶାଳୀ କରାଗଲେ ହୁଏତ ଆଗାମୀ ଦିନରେ ତାହା ଫଳାଫଳ ନିର୍ଣ୍ଣାୟକ ହେବ ଏବଂ ସର୍ବୋତ୍ତମ ପ୍ରାର୍ଥୀଙ୍କୁ ଟିକଟ୍ ଦେବାକୁ ରାଜନୀତିକ ଦଳଗୁଡ଼ିକୁ ବାଧ୍ୟ କରିବ
ସହ-ସଂପାଦକ, ସମାଜ
ashoksahu@thesamaja.com

(୧୦ ମାର୍ଚ ୨୦୧୯ରେ ‘ସମାଜ’ରେ ପ୍ରକାଶିତ)


Next PostNewer Post Previous PostOlder Post Home

0 comments:

Post a Comment

ଏହି ବ୍ଲଗର ସମସ୍ତ ସାମଗ୍ରୀ ଲେଖକଙ୍କ ସର୍ବସ୍ବତ୍ତ୍ବ ସଂରକ୍ଷିତ. Powered by Blogger.